ବାହାଘର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ନିୟମ : ପରିବାରର ସବୁ ସଦସ୍ୟଙ୍କ ହେବ କୋଭିଡ ଟେଷ୍ଟ, ପଜିଟିଭ ହେଲେ ବିବାହ ବନ୍ଦ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ବାହାଘର ପାଇଁ ପ୍ରଶାସନର ନୂଆ ନିୟମ । ଏଣିକି ଜିଲ୍ଲାରେ ବିବାହ ଉତ୍ସବ ଆୟୋଜନ କଲେ ସଂପୃକ୍ତ ପରିବାର ସଦସ୍ୟଙ୍କ କୋରୋନା ଟେଷ୍ଟ କରାଯିବ । କେହି ପଜିଟିଭ ଆସିଲେ ବିବାହ ଉତ୍ସବ ହୋଇପାରିବ ନାହିଁ । କରୋନା ସଂକ୍ରମଣ ବଢୁଥିବାରୁ କଟକଣା ମଧ୍ୟରେ ବାହାଘର ଆୟୋଜନ ପାଇଁ ସରକାର ଅନୁମତି ଦେଇଛନ୍ତି । ବାହାଘର ଉତ୍ସବରେ ସର୍ବାଧଥିକ ୫୦ ଜଣ ସାମିଲ ହୋଇପାରିବେ । କିନ୍ତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବାହାଘର ପୂର୍ବରୁ କୋଭିଡ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.