ରାଜ୍ୟର ସବୁ କୋଭିଡ ହସପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ | News Room Odisha

ରାଜ୍ୟର ସବୁ କୋଭିଡ ହସପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର- ରାଜ୍ୟର ସବୁ କୋଭିଡ ହସପିଟାଲରେ ହେଲ୍‌ପ ଡେସ୍କ ରହିବା ବାଧ୍ୟତାମୂଳକ କରାଯାଇଛି । ସବୁ ସରକାରୀ ଓ ଘରୋଇ ହସପିଟାଲରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସପ୍ତାହ ସାରା ହେଲ୍ପ ଡେସ୍କଗୁଡିକ ୨୪ ଘଂଟିଆ କାମ କରିବ । ହେଲ୍ପ ଡେସ୍କର ଟୋଲ୍ ଫ୍ରି ନମ୍ବରକୁ ବ୍ୟାପକ ଭାବେ ପ୍ରସାର କରାଯିବ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଫୋନ୍ ସହ ହ୍ୱାଟସଆପ୍ ଯୋଗେ ରୋଗୀ ଯୋଗାଯୋଗରେ ରହିବେ । ଏଣିକି କୋଭିଡ ହସପିଟାଲରେ ସିସିଟିଭ ବ୍ୟବସ୍ଥା ବି କରାଯିବ । ସଂପର୍କୀୟ ଚାହିଁଲେ ସିଧାସଳଖ ରୋଗୀଙ୍କୁ ଦେଖିବା ସହ କଥା ମଧ୍ୟ ହୋଇପାରିବେ । ସିସିଟିଭ ପାଇଁ ସ୍ୱତନ୍ତ୍ର କନଫରେନ୍ସ ହଲ୍‌ର ବ୍ୟବସ୍ଥା ରହିବ । ହେଲପ ଡେସ୍କରେ ସୋସିଆଲ ମିଡିଆର ବ୍ୟବସ୍ଥା ରହିବ ।