‘ସୁନା ପଞ୍ଜୁରୀ’ ଫେମ୍ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର – ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।

ଅମରେନ୍ଦ୍ର ମହାନ୍ତି ନବେ ଦଶକରେ ଏକାଧିକ ଓଡିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଆକାଶବାଣୀରୁ ସଂଗୀତ କ୍ୟାରିଅର ଆରମ୍ଭ କରିଥିବା ଅମରେନ୍ଦ୍ର ‘ଶ୍ରଦ୍ଧାଞ୍ଜଳି’ ଚଳଚ୍ଚିତ୍ରରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ସୁନା ପଂଜୁରୀ, ଭାଇ ହେଲା ଭଗାରୀ, ବସୁଧା, ଅଂଟି ଛୁରୀ ତଂଟି କାଟେ, ସିଂହବାହିନୀ, ପବିତ୍ର ବନ୍ଧନ ଭଳି ଅନେକ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଅନେକ ଭଜନ ଆଲବମରେ ମଧ୍ୟ ଅମରେନ୍ଦ୍ର ଥିଲେ ସଂଗୀତ ନିର୍ଦ୍ଦେଶକ ।

Comments are closed.