ରାଜ୍ୟରେ ଲକଡାଉନ ଅବଧି ଜୁନ ପହିଲା ଯାଏଁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଅବଧିକୁ ଜୁନ ୧ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଲା ପରେ ଏହି ମାସ ୫ ତାରିଖରୁ ସାରାରାଜ୍ୟରେ ଦୁଇ ସପ୍ତାହ ପାଇଁ ସଂପୂର୍ଣ୍ଣ ଲକଡାଉନ ଜାରି କରିଥିଲେ ରାଜ୍ୟ ସରକାର ।

Comments are closed.