ରାଜ୍ୟରେ ଲକଡାଉନ ଅବଧି ଜୁନ ପହିଲା ଯାଏଁ ବୃଦ୍ଧି, କୋହଳ ସମୟସୀମା ଦୁଇ ଘଂଟା ହ୍ରାସ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଅବଧିକୁ ଜୁନ ୧ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ।

ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କଟକଣା କୋହଳ ସମୟକୁ ୨ ଘଂଟା କମାଇ ଦେଇଛନ୍ତି ରାଜ୍ୟ ସରକାର । ଏଣିକି ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ହିଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିହେବ ।

ବିବାହରେ ସର୍ବାଧିକ ୨୫ ଲୋକଙ୍କୁ ଅନୁମତି ମିଳିବ । ଭୋଜିଭାତ ମନା କରାଯାଇଛି । ଖାଇବାକୁ ଦେବାର ଥିଲେ ପ୍ୟାକେଟରେ ଦେଇପାରିବେ ଆୟୋଜକ । କୋଭିଡ ନିୟମ ମାନି ସ୍ୱାସ୍ଥ୍ୟ ସେବା ସଂସ୍ଥା ଓ ବ୍ୟାଙ୍କ୍ ଖୋଲାଯାଇପାରିବ ।

ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଲା ପରେ ଏହି ମାସ ୫ ତାରିଖରୁ ସାରାରାଜ୍ୟରେ ଦୁଇ ସପ୍ତାହ ପାଇଁ ସଂପୂର୍ଣ୍ଣ ଲକଡାଉନ ଜାରି କରିଥିଲେ ରାଜ୍ୟ ସରକାର ।

Comments are closed.