କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରଖରେ ଲଘୁଚାପ ସମ୍ଭବନା, ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବା ଅନୁମାନ

ଭୁବନେଶ୍ୱର- କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି । ୨୪ ତାରିଖ ସୁଦ୍ଧା ଲଘୁଚାପ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାମ ରହିବ ୟସ । ଉତ୍ତର ଓଡିଶା ଦେଇ ପଶ୍ଚିମବଙ୍ଗ ଆଡକୁ ବାତ୍ୟା ୟସ ଗତି କରିବା ସମ୍ଭାବନା ରହିଛି । ୨୬ ସୁଦ୍ଧା ଏହା ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । ୟାସ ପ୍ରଭାବରେ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖରୁ ୨୭ ଯାଏଁ ବଙ୍ଗୋପ ସାଗରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

Comments are closed.