ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଓ ସିଲିଣ୍ଡର ପରିବହନ ଗାଡିକୁ ଜୁଲାଇ ୩୧ ଯାଏଁ ଟୋଲ ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟ ସରକାର ଟୋଲ ଟ୍ୟାକ୍ସ ଛାଡ କରିଛନ୍ତି । କୋରୋନା ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡିକୁ ରାଜ୍ୟରେ ଥିବା କୌଣସି ଟୋଲ୍ ଗେଟରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଜୁଲାଇ ୩୧ ତାରିଖ ଯାଏଁ ଦେବାକୁ ହେବ ନାହିଁ ଟୋଲ୍ ଟ୍ୟାକ୍ସ । ସୁବିଧାରେ ଯେପରି ଏସବୁ ସାମଗ୍ରୀର ପରିବହନ ହୋଇପାରିବ, ସେଥିପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Comments are closed.