କୋରୋନା ସଂକ୍ରମଣ : ବିଶେଷଜ୍ଞ କହିଲେ ଆସନ୍ତା ୭ରୁ ୧୦ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ | News Room Odisha

କୋରୋନା ସଂକ୍ରମଣ : ବିଶେଷଜ୍ଞ କହିଲେ ଆସନ୍ତା ୭ରୁ ୧୦ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ଲକଡାଉନ ଯୋଗୁଁ ସ୍ଥିତି ଏଭଳି ରହିଛି । ଆସନ୍ତା ୭ରୁ ୧୦ ଦିନ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ସେ କହିଛନ୍ତି ଯେ, ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ କୋଭିଡ ସଂକ୍ରମଣ ଶୀର୍ଷରେ ରହି ଧୀରେ ଧୀରେ ହ୍ରାସ ପାଇବ । ଜୁନ୍ ପ୍ରଥମ ସପ୍ତାହ ବେଳେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ କମିବ ବୋଲି ସେ କହିଛନ୍ତି । ସଂକ୍ରମଣ ହାର ୨୦ ପ୍ରତିଶତ ତଳକୁ ରହିଛି, ଯାହା ବେଶ୍ ବଡ କଥା ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।

ପ୍ରଥମ ପ ର୍ଯ୍ୟାୟ ଲକଡାଉନ ଯୋଗୁଁ ରାଜ୍ୟରେ ସଂକ୍ରମଣ ସ୍ଥିତି ସମାନ୍ତରାଳ ରହିଛି । ଏହା ହୋଇ ନ ଥିଲେ ଦୈନିକ ସଂକ୍ରମଣ ୨୦ରୁ ୨୫ ହଜାର ହୋଇଥାଆନ୍ତି । ବର୍ତ୍ତମାନ ସ୍ଥିତିରେ ଆଇସିୟୁ ବେଡ୍ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନିରୋଜ ମିଶ୍ର କହିଛନ୍ତି । ବର୍ତ୍ତମାନ ଗ୍ରାମାଂଚଳକୁ ଫୋକସ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି ।

COVID-19Odisha