ନୂଆ ଗୋପନୀୟତା ନୀତି ପ୍ରତ୍ୟାହାର କରିବାକୁ ହ୍ୱାଟ୍‌ସଆପ୍‌କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌ | News Room Odisha

ନୂଆ ଗୋପନୀୟତା ନୀତି ପ୍ରତ୍ୟାହାର କରିବାକୁ ହ୍ୱାଟ୍‌ସଆପ୍‌କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ନୂଆଦିଲ୍ଲୀ: ବିବାଦୀୟ ଗୋପନୀୟତା ନୀତି ପ୍ରତ୍ୟାହାର କରିବାକୁ ହ୍ୱାଟ୍‌ସଆପକୁ କହିଛନ୍ତି କେନ୍ଦ୍ର ସରକାର । ଏନେଇ ସରକାର ହ୍ୱାଟସଆପକୁ ନୋଟିସ୍ ଜାରି କରି ସାତଦିନ ମଧ୍ୟରେ ଜବାବ ରଖିବାକୁ କହିଛନ୍ତି । ସନ୍ତୋଷଜନକ ଉତ୍ତର ନ ମିଳିଲେ ଆଇନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ହ୍ୱାଟ୍‌ସଆପ୍‌କୁ ଚେତାବନୀ ଦେଇଛନ୍ତି ସରକାର ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ମେ ୧୮ରେ ହ୍ୱାଟ୍‌ସଆପ୍‌କୁ ଏହାର ବିବାଦୀୟ ଗୋପନୀୟତା ନୀତି ନେଇ ନୋଟିସ୍ ପଠାଯାଇଛି । ହ୍ୱାଟ୍‌ସଆପ୍ ନିଜ ୟୁଜରଙ୍କୁ ମେ ୧୫ ସୁଦ୍ଧା ଏହାର ନୂଆ ଗୋପନୀୟତା ନୀତି ଗ୍ରହଣ କରିବାକୁ କହିଛି । ତେବେ ଭାରତ ସରକାର ହ୍ୱାଟ୍‌ସଆପ୍‌ର ଏହି ଗୋପନୀୟତା ନୀତିକୁ ବିରୋଧ କରିଛନ୍ତି । ଏହା ଭାରତୀୟ ୟୁଜରଙ୍କ ଡାଟା ସୁରକ୍ଷା ଓ ଗୋପନୀୟତାର ଉଲ୍ଲଂଘନ ଏବଂ ସେମାନଙ୍କ ଅଧିକାର ଓ ସ୍ୱାର୍ଥହାନି କରିବ ବୋଲି ସରକାର କହିଛନ୍ତି ।