‘ତୌକତେ’ ପ୍ରଭାବ: ଜାହାଜ ‘ପି-୩୦୫’ରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ ୨୨ ମୃତ, ୬୫ ନିଖୋଜ | News Room Odisha

‘ତୌକତେ’ ପ୍ରଭାବ: ଜାହାଜ ‘ପି-୩୦୫’ରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ ୨୨ ମୃତ, ୬୫ ନିଖୋଜ

ମୁମ୍ବାଇ: ସାମୁଦ୍ରିକ ଝଡ଼ ‘ତୌକତେ’ କାରଣରୁ ଆରବ ସାଗରରେ ଫସିଥିବା ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ କୋଚି ବାର୍ଜ ‘ପି-୩୦୫’ର ୧୩୫ ଲୋକଙ୍କୁ ଉଦ୍ଧାର କରାଯାଇ ମୁମ୍ବାଇ ଅଣାଯାଇଛି । ବାତ୍ୟା ‘ତୌକତେ’ ଯୋଗୁଁ ଏହି ଜାହାଜ ଆରବ ସାଗରରେ ବୁଡ଼ି ଯାଇଥିଲା । ଏଥିସହ ଏଥିରେ ଉପସ୍ଥିତ ଥିବା ୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ମୃତକଙ୍କ ଶବ ଉଦ୍ଧାର କରାଯାଇଛି । ଏବେ ମଧ୍ୟ ୬୫ ଲୋକ ନିଖୋଜ ଅଛନ୍ତି । ନୌସେନା ତରଫରୁ ଊଦ୍ଧାର କାର୍ଯ୍ୟ ଜାରି ରହିଛି ।

ନୌସେନା ପ୍ରବକ୍ତାଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଥିବା ଏକ ଭିଡିଓରେ ଆଇଏନ୍‌ଏସ୍ କୋଚିକୁ ଆଜି ସକାଳେ ମୁମ୍ବାଇ ବନ୍ଦରକୁ ଅଣାଯାଉଥିବା ଦେଖିବାକୁ ମିଳିଛି । ଏହି ଜାହଜାର ‘ପି-୩୦୫’ ବାର୍ଜରୁ ୧୮୮ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଇଏନ୍‌ଏସ୍ କୋଲକାତା ଓ ଏଥିରେ ଥିବା ଲୋକଙ୍କୁ ବି ସୁରକ୍ଷିତ ଉଦ୍ଧାର କରାଯାଇ ମୁମ୍ବାଇ ଅଣାଯାଇଛି ।

ନୌସେନା ପକ୍ଷରୁ କୁହାଯାଇଛି ଯେ, ଅନ୍ୟ ଦୁଇ ବାର୍ଜ ଏବଂ ଏକ ତୈଳ ରିଗ୍‌ରେ ଉପସ୍ଥିତ ସବୁ ଲୋକ ସୁରକ୍ଷିତ ଅଛନ୍ତି ।