ଚାକିରି ଠକେଇ ମାମଲା : ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ଓ ସହଯୋଗୀ | News Room Odisha

ଚାକିରି ଠକେଇ ମାମଲା : ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ଓ ସହଯୋଗୀ

ବ୍ରହ୍ମପୁର – ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଆଜି ବ୍ରହ୍ମପୁର ଅଣାଯାଇ ଏସଡିଜେଏମ ଜିତେନ୍ଦ୍ରୀୟ ପାଣିଗ୍ରାହୀଙ୍କ କୋର୍ଟରେ ହାଜର କରାଯାଇଥିଲା ।

ଏକ ଠକେଇର ଆଉ ଏକ ମାମଲାରେ ସେମାନଙ୍କୁ ସଂପୃକ୍ତି କରାଯାଇଛି । କୋର୍ଟ ହାଜିରା ପରେ ପାଣିଗ୍ରାହୀ ଓ ରାଓଙ୍କୁ ପୁଣି ଭୁବନେଶ୍ୱର ଝାରପଡା ଜେଲ୍ ନିଆଯାଇଥିଲା । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝିଗାଁର ବି. ଶିବ ପାତ୍ର ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ବିଧାୟକ ପାଣିଗ୍ରାହୀଙ୍କୁ ୨୦୧୯ ଅକ୍ଟୋବର ୨୦ ତାରିଖରେ ବ୍ରହ୍ମପୁର ସ୍ଥିତ ତାଙ୍କ ବାସଭବନରେ ୨ ଲକ୍ଷ ଟଙ୍କା ଦେଇଥିଲେ । ବିଧାୟକଙ୍କ ସହଯୋଗୀ ସର୍ବେଶ୍ୱରଙ୍କ କହିବାନୁସାରେ ସେ ଏହି ଟଙ୍କା ଦେଇଥିଲେ । କିନ୍ତୁ ତାଙ୍କୁ ଚାକିରି ମିଳି ନ ଥିଲା । ସେ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ ଶିବ ପାତ୍ର । ଏ ନେଇ ସେ ଏସଡିଜେଏମଙ୍କ କୋର୍ଟରେ ମାମଲା ରୁୁଜୁ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶିବ ପାତ୍ର ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ । ଏହାପରେ ବିଧାୟକ ଓ ତାଙ୍କ ସହ ଯୋଗୀଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା । ଆସନ୍ତାକାଲି ବିଧାୟକଙ୍କ ଜାମିନ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି । ସର୍ବେଶ୍ୱରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି ।