ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଏସଆରସିଙ୍କ ବୈଠକ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କ ସହ ଆଲୋଚନା | News Room Odisha

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଏସଆରସିଙ୍କ ବୈଠକ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କ ସହ ଆଲୋଚନା

ଭୁବନେଶ୍ୱର- ଉତ୍ତର ଆଣ୍ଡାମାନ ସାଗର ଓ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପୂର୍ବାନୁମାନ କରାଯାଇଛି । ପରେ ଏହି ଲଘୁଚାପ ଏହି ମାସ ୨୫ ସୁଦ୍ଧା ବାତ୍ୟାରେ ପରିଣତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ସମ୍ଭାବ୍ୟ ବାତ୍ୟା ଓଡିଶାର ଉତ୍ତରପକୂଳକୁ ମେ ପ୍ରଭାବିତ କରିପାରେ । ସେ ଦୃଷ୍ଟିରୁ ଏସଆରସି ପ୍ରଦୀପ ଜେନା ଆଜି ୧୦ଟି ଜିଲ୍ଲାର ଜିଲ୍ଲାପାଳ, ଏସପି, ପାଣିପାଗ ବିଭାଗ, ଏନଡିଆରଏଫ, ଓଡ୍ରାଫ୍‌, ଅଗ୍ନିସମ ବାହିନୀ ସହ ଆଲୋଚନା କରିଛନ୍ତି । ଉପକୂଳବର୍ତ୍ତୀ ୧୦ ଟିଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ୨୩ ତାରିଖ ସକାଳ ପୂର୍ବରୁ ଫେରିଆସିବାକୁ ଏସଆରସି ଆହ୍ୱାନ ଦେଇଛନ୍ତି ।