ବାତ୍ୟା ୟାସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି , ବିଭିନ୍ନ ବିଭାଗର ସଚିବଙ୍କ ସହ ଏସଆରସିଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଇଏମଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ବାତ୍ୟାର ମୁକାବିଲା ପାଇଁ ସଜାଗ ହୋଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକ ମାନବସମ୍ବଳ ସହ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ସେ କହିଛନ୍ତି ।

ଗତକାଲି ମଧ୍ୟ ସମ୍ଭାବ୍ୟ ବାତ୍ୟା ୟାସ୍‌ର ମୁକାବିଲା ନେଇ ବିଭିନ୍ନ ବିଭାଗ ସହ ରାଜ୍ୟର ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏସଆରସି ଆଲୋଚନା କରିଥିଲେ .

Comments are closed.