ସଂକ୍ରମିତ ଗାଁ ଗାଁ ବୁଲି ବିଧାୟକଙ୍କ ସଚେତନତା | News Room Odisha

ସଂକ୍ରମିତ ଗାଁ ଗାଁ ବୁଲି ବିଧାୟକଙ୍କ ସଚେତନତା

ସମ୍ବଲପୁର: ବର୍ତମାନ କରୋନାର ଦ୍ବିତୀୟ ଲହର ଗ୍ରାମାଞ୍ଚଳକୁ ଅଧିକ ସଂକ୍ରମିତ କରିଛି । ତେବେ ଗ୍ରାମାଞ୍ଚଳରେ ସଚେତନତାର ବି ଅଭାବ ରହୁଛି । ଏଭଳି ସ୍ଥିତିରେ ଗାଁ ଗାଁରେ ସଚେତନତାର କାମରେ କୁଚିଣ୍ଡା ବିଧାୟକ ଲାଗି ପଡିଛନ୍ତି । କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଠାକୁର ନିକ୍ତିମାଲ ଗ୍ରାମରେ ୩୦ରୁ ଊର୍ଦ୍ଧ୍ବ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ଆଜି କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଉକ୍ତ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ନିମନ୍ତେ ମାସ୍କ ପ୍ରଦାନ କରି ସ୍ବେଛାସେବିଙ୍କୁ ମାସ୍କ ବଣ୍ଟନ କରିବା ସହିତ ଗ୍ରାମର ଲୋକଙ୍କୁ ସାମାଜିକ ଦୁରତା, ହାତ ଧୋଇବା, ମାସ୍କ ପିନ୍ଧିବା ଉପରେ ସଚେତନ କରିବା ନିମନ୍ତେ ନିବେଦନ କରିଥିଲେ। ସେହିପରି ଅନ୍ୟ ସଂକ୍ରମିତ ଗାଁରେ ମଧ୍ୟ ଅନୁରୂପ ସଚେତନତା ବାର୍ତା ବାଣ୍ଟୁଛନ୍ତି । ତାଂକ ଏଭଳି କାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।