କରୋନାରେ ମା’ଙ୍କୁ ହରାଇଲେ ଅରିଜିତ୍‌

ମୁମ୍ବାଇ: ପ୍ରଖ୍ୟାତ ଗାୟକ ଅରିଜିତ ସିଂଙ୍କ ମାଆ ଅଦିତି ସିଂଙ୍କ କରୋନାରେ ପରଲୋକ ହୋଇଯାଇଛି । କରୋନା ସଂକ୍ରମିତ ହେବା ପରେ ଅରିଜିତଙ୍କ ମା’ ଗତ କିଛିଦିନ ଧରି କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମେ ୧୭ରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ତାଙ୍କର ଗତକାଲି ମୃତ୍ୟୁ ହୋଇଥବା ପରିବାର ପକ୍ଷରୁ କୁହାଯାଇଛି । ଅନ୍ତିମ ସଂସ୍କାର ପାଇଁ ତାଙ୍କ ମୃତଦେହକୁ ଆଜି ଅରିଜିତଙ୍କ ପୈତୃକ ଗାଁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ସ୍ଥିତ ଜିଆଗଞ୍ଜକୁ ଅଣାଯାଇଛି ।

ଫିଲ୍ମ ନିର୍ଦ୍ଦେଶକ ଶ୍ରୀଜିତ ମୁଖାର୍ଜୀ ଏବଂ ଅଭିନେତ୍ରୀ ସ୍ୱସ୍ତିକା ମୁଖାର୍ଜୀଙ୍କ ଭଳି କିଛି ସେଲିବ୍ରିଟି କିଛିଦିନ ତଳେ ଅରିଜିତଙ୍କ ମା’ଙ୍କ ପାଇଁ ରକ୍ତଦାନ କରିବାକୁ ସୋସିଆଲ ମିଡିଆରେ ଅନୁରୋଧ କରିଥିଲେ । ଏହାପରେ ଅରିଜିତଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜଣାପଡିଥିଲା । ତେବେ ସେ ଜଣେ ସେଲିବ୍ରିଟି ହୋଇଥିବାରୁ ତାଙ୍କୁ ସହାୟତା କରିବାକୁ ଆଗେଇ ନ ଆସିବାକୁ ନିଜ ପ୍ରଶଂସକ ଓ ଜନସାଧାରଣଙ୍କୁ ଅରିଜିତ ଅପିଲ କରିଥିଲେ । ବରଂ ଅନ୍ୟ ରୋଗୀଙ୍କୁ ବି ସମାନ ଭାବେ ସହାୟତା କରିବାକୁ ସେ କହିଥିଲେ । ସାମ୍ପ୍ରତିକ ସ୍ୱାସ୍ଥ୍ୟ ସଙ୍କଟରେ ସବୁ ଲୋକଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି ଅରିଜିତ ଟ୍ୱିଟ୍ କରି କହିଥିଲେ ।

Comments are closed.