ବ୍ରହ୍ମପୁର ଏମକେସିଜିରେ ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବ୍ରହ୍ମପୁର – ବ୍ରହ୍ମପୁରରେ ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏମକେସିଜିରେ ପ୍ରତିଷ୍ଠା ହୋଇଥିବା ଏହି ସିଷ୍ଟମ ଉଦଘାଟନ କରିଛନ୍ତି ।

ଏବେ ଅକ୍ସିଜେନ ସିଲିଣ୍ଡର ରୋଗୀଙ୍କ ନିକଟକୁ ନେବାକୁ ପଡିବ ନାହିଁ । ମେନି ଫ୍ଲେମ୍ ରୁମରୁ ରୋଗୀଙ୍କ ଶଯ୍ୟା ନିକଟରେ ଅକ୍ସିଜେନ ପହଂଚିବ । ଖୁବ୍ କମ୍ ସମୟରେ ଏହି ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା ହୋଇପାରିଛି । କିଛି ଦିନର ଟ୍ରାଏଲ୍ ରନ୍ ପରେ ମୁଖ୍ୟମନ୍ତ୍ରୀ ଆଜି ଏହାକୁ ଲୋକାର୍ପିତ କରିଛନ୍ତି ।

ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଅକ୍ସିଜେନ ଆବଶ୍ୟକତା ଓ ପରିଚାଳନାକୁ ଦୃଷ୍ଟିରେ ରଖି ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ପ୍ରତି ଘଂଟାକୁ ଥରେ ଅକ୍ସିଜେନ ସପ୍ଲାଏ ପରିଚାଳନାର ତଦାରଖ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Comments are closed.