ମହାରାଷ୍ଟ୍ର: ପୋଲିସ୍ ସହ ସଂଘର୍ଷରେ ୧୩ ନକ୍ସଲ ନିହତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ୍‌ଚିରୋଲି ଜିଲ୍ଲାରେ ପୋଲିସ୍ ସହ ସଂଘର୍ଷରେ ୧୩ ଜଣ ନକ୍ସଲ୍‌ଙ୍କ ମୃତ୍ୟୁ ହୋଇଛି । ଗଡ୍‌ଚିରୋଲି ଜିଲ୍ଲାର କୋଟ୍‌ମି ଜଙ୍ଗଲରେ ଆଜି ଭୋର୍ ୫ଟା ୩୦ ମିନିଟ୍‌ରୁ ମହାରାଷ୍ଟ୍ର ପୋଲିସ୍‌ର ସି-୬୦ କମାଣ୍ଡୋ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେଠାରେ କିଛି ନକ୍ସଲଙ୍କ ବୈଠକ ଚାଲିଥିବା ସୂଚନା ପାଇ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ପୋଲିସ ଉପରକୁ ନକ୍ସଲମାନେ ଗୁଳି ଚଳାଇବା ପରେ ଏହାର ପାଲଟା ଜବାବ ଦେଇଥିଲେ ସି-୬୦ କମାଣ୍ଡୋ ବାହିନୀ । ଏହି ଏନ୍‌କାଉଣ୍ଟର ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା । ଘଟଣାସ୍ଥଳରୁ କିଛି ନକ୍ସଲ ଫେରାର ହୋଇଯାଇଥିଲେ ବୋଲି ଗଡଚିରୋଲି ଏସ୍‌ପି ଅଙ୍କିତ ଗୋୟଲ କହିଛନ୍ତି । ନିହତ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେଠାରେ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି ବୋଲି ସେ କହିଛନ୍ତି ।

Comments are closed.