ରାଜ୍ୟରେ ପୁଣି ୧୨ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧା, କଟକ ଓ ଅନୁଗୁଳ ଜିଲ୍ଲାର ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୨ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୫୨୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ ହଜାର ୧୨ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୫୧୧ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୮୪୨, କଟକରୁ ୧ ହଜାର ୮୪, ଅନୁଗୁଳରୁ ୯୩୦ ଓ ସୁନ୍ଦରଗଡରୁ ୭୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୫୬୮, ମୟୂରଭଞ୍ଜରୁ ୫୪୬, ବାଲେଶ୍ୱରରୁ ୫୧୦, କଳାହାଣ୍ଡିରୁ ୪୯୧, ଯାଜପୁରରୁ ୪୧୯, ସମ୍ବଲପୁରରୁ ୪୦୦, ନବରଙ୍ଗପୁରରୁ ୩୮୩, ଝାରସୁଗୁଡାରୁ ୩୭୩, ଗଞ୍ଜାମରୁ ୩୬୯, ବୌଦ୍ଧରୁ ୩୬୫, ଜଗତସିଂହପୁରରୁ ୩୨୫, ରାୟଗଡାରୁ ୩୨୧, ନୟାଗଡରୁ ୩୧୫, ବରଗଡରୁ ୩୧୫, ବଲାଙ୍ଗୀରରୁ ୨୯୬, କୋରାପୁଟରୁ ୨୩୩, କେନ୍ଦୁଝରରୁ ୨୩୨, ସୋନପୁରରୁ ୨୦୨, କେନ୍ଦ୍ରାପଡାରୁ ୧୯୫, ଭଦ୍ରକରୁ ୧୭୭, ଢେଙ୍କାନାଳରୁ ୧୩୨, ନୂଆପଡାରୁ ୧୨୯, ଦେବଗଡରୁ ୧୦୬, କନ୍ଧମାଳରୁ ୧୦୦, ମାଲକାନଗିରିରୁ ୭୩ ଓ ଗଜପତିରୁ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨କୁ ବୃଦ୍ଧି ହୋଇଛି । ଏଥିରୁ ୫ ଲକ୍ଷ ୫୬ ହଜାର ୫୦୧ ସୁସ୍ଥ ହୋଇଛନ୍ତି । ୧ ଲକ୍ଷ ୯ ହଜାର ୪୩୮ ରୋଗୀ ଚିକିତ୍ସଧୀନ ଅଛନ୍ତି ।

Comments are closed.