ଆଜି ଅପରାହ୍ନରେ କ୍ୟାବିନେଟ ବୈଠକ

ଭୁବନେଶ୍ୱର- ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିପାରେ ।

ସାଢେ ୫ଟାରେ ବସିବ କ୍ୟାବିନେଟ ବୈଠକ । ବୈଠକରେ ରାଜ୍ୟର କୋରୋନା ସ୍ଥିତି ସଂପର୍କରେ ବି ଆଲୋଚନା କରାଯିବ । ବିଦେଶରୁ କୋଭିଡ ଟିକା ଆମଦାନୀ ପାଇଁ ଗ୍ଲୋବାଲ ଟେଣ୍ଡରକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି ।

Comments are closed.