ଯୌନ ନିର୍ଯାତନା ମାମଲାରେ ‘ତେହେଲ୍‌କା’ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ୍ ଦୋଷମୁକ୍ତ

ମୁମ୍ବାଇ: ଆଠ ବର୍ଷ ତଳର ଏକ ଯୌନ ନିର୍ଯାତନା ମାମଲାରେ ‘ତେହେଲ୍‌କା’ର ମୁଖ୍ୟ ସମ୍ପାଦକ ତରୁଣ ତେଜ୍‌ପାଲଙ୍କୁ ଗୋଆର ଏକ କୋର୍ଟ ଦୋଷମୁକ୍ତ କରିଛନ୍ତି । ତେଜପାଲଙ୍କ ବିରୋଧରେ ‘ତେହେଲ୍‌କା’ର ଜଣେ ମହିଳା କର୍ମଚାରୀ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ୨୦୧୩ରେ ଏକ ହୋଟେଲ ଲିଫ୍ଟରେ ତେଜପାଲ ତାଙ୍କୁ ବଳାତ୍କାର କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ ।

ତେଜପାଲ ଏହି ମାମଲାରେ ନଭେମ୍ବର ୩୦, ୨୦୧୩ରେ ଗିରଫ ହୋଇଥିଲେ । ପରେ ସେ ଜାମିନରେ ମୁକୁଳିଥିଲେ । ତାଙ୍କ ବିରୋଧରେ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ ।

Comments are closed.