୧୯୦୧ ପରଠାରୁ ୨୦୨୧ ଥିଲା ଭାରତରେ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ

ନୂଆଦିଲ୍ଲୀ: ୧୯୦୧ ପରଠାରୁ ଭାରତରେ ୨୦୨୧ ଥିଲା ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ । ଗତବର୍ଷ ହାରାହାରି ବାର୍ଷିକ ବାୟୁ ତାପମାତ୍ରା ସ୍ୱାଭାବିକଠାରୁ ୦.୪୪ ଡିଗ୍ରୀ ସେଲସିୟସ ଅଧିକ ଥିଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେଇଛି।

ଆଇଏମଡି ସୂଚନାନୁସାରେ, ବନ୍ୟା, ସାମୁଦ୍ରିକ ଝଡ଼, ପ୍ରବଳ ବର୍ଷା, ଭୂସ୍ଖଳନ, ବଜ୍ରପାତ ପରି ପାଣିପାଗ ଘଟଣା ଯୋଗୁଁ ଏହି ଦେଶରେ ୧,୭୫୦ ଲୋକଙ୍କର ମୃତ୍ୟୁ ଘଟିଛି। ପାଣିପାଗ ବିଭାଗ ଏହାର ବାର୍ଷିକ ଜଳବାୟୁ ବିବୃତ୍ତିରେ କହିଛି ଯେ, ୧୯୦୧ ପରଠାରୁ ଏବଂ ୨୦୧୬, ୨୦୦୯, ୨୦୧୭ ଏବଂ ୨୦୧୦ ପରେ ୨୦୨୧ ଦେଶରେ ପଞ୍ଚମ ଉତ୍ତପ୍ତ ବର୍ଷ ଥିଲା। ଶୀତ ଏବଂ ମୌସୁମୀ ଋତୁ ପରେ ଉଷ୍ମ ତାପମାତ୍ରା ମୁଖ୍ୟତଃ ଏଥିରେ ସହାୟକ ହୋଇଥିଲା। ୨୦୧୬ ମସିହାରେ ଦେଶ ପାଇଁ ବାର୍ଷିକ ହାରାହାରି ବାୟୁ ତାପମାତ୍ରା ସ୍ୱାଭାବିକଠାରୁ ୦.୭୧୦ ଡିଗ୍ରୀ ସେଲସିୟସ ଅଧିକ ଥିଲା ବୋଲି ବିଭାଗ କହିଛି।

ଅନ୍ୟପଟେ ଏହା ୨୦୦୯ ଏବଂ ୨୦୧୭ ରେ ତାପମାତ୍ରା ସ୍ବାଭାବିକ ଠାରୁ ୦.୫୫୦ ଏବଂ ୦.୫୪୧ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା । ଏଥିସହ ୨୦୧୦ ରେ ହାରାହାରି ବାର୍ଷିକ ବାୟୁ ତାପମାତ୍ରା ସ୍ୱାଭାବିକଠାରୁ ୦.୫୩୯ ଅଧିକ ଥିଲା । ଯଦି ଆମେ ବୃଷ୍ଟିପାତ ତଥ୍ୟକୁ ଦେଖିବା, ୨୦୨୧ ରେ ବୃଷ୍ଟିପାତ ଦୀର୍ଘକାଳୀନ ହାରାହାରି (୧୯୬୧-୨୦୧୦) ର ୧୦୫ ପ୍ରତିଶତ ଥିଲା ।

ବିଭାଗ କହିଛି ଯେ ୨୦୨୧ ମସିହାରେ ଝଡ଼ ତୋଫାନ୍ ଏବଂ ବଜ୍ରପାତ ଯୋଗୁଁ ୭୮୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରବଳ ବର୍ଷା ଓ ବନ୍ୟା ପରି ଘଟଣାରେ ୭୫୯ ଜଣ ପ୍ରାଣ ହରାଇଥିଲେ। କେବଳ ପାଞ୍ଚଟି ସାମୁଦ୍ରିକ ଝଡ଼ ଯୋଗୁଁ ୧୭୨ ଜଣ ଏବଂ ଅନ୍ୟ ପ୍ରାକୃତିକ ବିପତ୍ତି କାରଣରୁ ୩୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

Comments are closed.