ଟେଷ୍ଟିଂ ବଢିଥିବାରୁ ଦୈନିକ କୋରୋନା ସଂକ୍ରମଣରେ ବୃଦ୍ଧି : ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର –ରାଜ୍ୟରେ ଟେଷ୍ଟିଂ ବଢିଥିବାରୁ ସଂକ୍ରମଣ ସଂଖ୍ୟା ବଢିଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ୮୦ ପ୍ରତିଶତ ରୋଗୀ ଏବେ ଆଇସିୟୁରେ ଅଛନ୍ତି । ୫୦ ପ୍ରତିଶତରୁ ଅଧିକ ଭେଂଟିଲେଟରରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ବହୁ ଗୁରୁତର ଲୋକ ଏବେ ମେଡିକାଲରେ ଅଛନ୍ତି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିପାରେ । ମେ ୧୫ରୁ ମୃତ୍ୟୁ ସଂଖ୍ୟା ବଢୁଥିବା ସେ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଯେତିକି ରୋଗୀ ମେଡିକାଲରେ ଅଛନ୍ତି, ସେମାନଙ୍କ ମଧ୍ୟରୁ କିଛି ସୁସ୍ଥ ହେବେ ନଚେତ ପ୍ରାଣ ହରାଇବେ । ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ବଢିବା ଅନୁମାନ କରାଯାଉଛି । ମେ ମାସ ଶେଷବେଳକୁ ରାଜ୍ୟରେ ସଂକ୍ରମମ କମିବ ବୋଲି ଆଶା କରାଯାଉଛି ।

Comments are closed.