କୋରୋନାରେ ଆଖି ବୁଜିଲେ ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣା

ରିଷିକେଶ– ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣାଙ୍କ କୋରୋନାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ରିଷିକେଶ ଏମସରେ ଗତ ୧୦ ଦିନ ଧରି ଚିକିତ୍ସାଧୀନ ଥିଲେ । ହିମାଳୟ ପାର୍ବତ୍ୟାଂଚଳର ଜଙ୍ଗଲର ସଂରକ୍ଷଣ ପାଇଁ ସେ ଆନ୍ଦୋଳନ ଚଳାଇଥିଲେ । ୧୯୭୦ ଦଶକରେ ବହୁଚର୍ଚ୍ଚିତ ଚିପ୍‌କୋ ପରିବେଶ ଆନ୍ଦୋଳନର ସେ ଥିଲେ କର୍ଣ୍ଣଧାର । ଏହାଛଡା ୧୯୮୦ ଦଶକରେ ତେହେରୀ ନଦୀବନ୍ଧ ଯୋଜନା ବିରୋଧରେ ବି ସେ ବଡ ଧରଣର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବହୁଗୁଣା । ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶବିଦେଶରେ ବହୁଗୁଣା ଖ୍ୟାତିଲାଭ କରିଥିଲେ । ୧୯୮୧ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୯ରେ ପଦ୍ମ ବିଭୂଷଣ ସମ୍ମାନା ଦିଆଯାଇଥିଲା ।

Comments are closed.