ବାୟୋ ବବଲ୍ ମଧ୍ୟରେ ପୁରୀରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ

ପୁରୀ – ପୁରୀରେ ବାୟୋ ବବଲ୍ ମଧ୍ୟରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ବାୟୋ ବବଲ୍‌ର ଅର୍ଥ ହେଉଛି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ସୁରକ୍ଷିତ ଜୈବ ବଳୟ ସୃଷ୍ଟି କରିବା, ଯେଉଁଠି ସଂକ୍ରମଣ ଭେଦ କରିପାରିବ ନାହିଁ । ଏହି ବାୟୋ ବବଲ ବା ଜୈବ ସୁରକ୍ଷା ବଳୟ ମଧ୍ୟରେ ଯେଉଁମାନେ ରହିବେ, ସେମାନଙ୍କୁ ଏସଓପି କଡାକଡି ଭାବେ ପାଳନ କରିବେ । ସେମାନେ ଘରକୁ ଯାଇପାରିବେ ନାହିଁ । ପରିବାର ଲୋକ କିମ୍ବା ଅନ୍ୟ କାହାର ସଂସ୍ପର୍ଶରେ ବି ଆସିପାରିବେ ନାହିଁ । ରଥଖଳାରେ ନିୟୋଜିତ ୮୮ ଜଣ ସେବାୟତଙ୍କ ମଧ୍ୟରୁ ୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରଥ ନିର୍ମାଣ କାର୍ଯ୍ୟରେ ପର୍ଯ୍ୟାୟକ୍ରମେ ପ୍ରାୟ ୨ ଶହ ସେବାୟତ ନିୟୋଜିତ ରହିବେ । ସେମାନଙ୍କୁ କୋରୋନା ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଥର ଥର କରି ସେବାୟତମାନଙ୍କର କୋଭିଡ ପରୀକ୍ଷା କରାଇବା ପପରେ ସେମାନଙ୍କୁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯିବା ପାଇଁ ବ୍ୟବସ୍ଥା ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Comments are closed.