ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ିବେ ମମତା

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଉପନିର୍ବାଚନ ପଥ ପରିଷ୍କାର ହୋଇଛି । ମମତା ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ିବେ । ଏଥିପାଇଁ ଏହି ଆସନରୁ ବିଧାୟକ ଥିବା ଶୋଭନ ଦେବ ଇସ୍ତଫା ଦେଇଛନ୍ତି ।

ଭବାନୀପୁର ମମତାଙ୍କ ଗଡ଼ ଭାବେ ପରିଚିତ । ତେବେ ଏଥର ବିଧାନସଭା ନିର୍ବାଚନରେ ଏହି ଅଗ୍ନିବର୍ଷୀ ନେତ୍ରୀ ଭବାନୀପୁର ପରିବର୍ତ୍ତେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦିତା କରିଥିଲେ । ଏହି ଆସନରେ ମମତାଙ୍କ ମୁକାବିଲା ତାଙ୍କର ଏକଦା ସହଯୋଗୀ ଥିବା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ ହୋଇଥିଲା । ହେଲେ ମମତା ୧୯୫୨ ଭୋଟ୍‌ରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିିବା ପାଇଁ ମମତାଙ୍କୁ ଉପନିର୍ବାଚନରେ ବିଜୟୀ ହୋଇ ବିଧାନସଭା ସଦସ୍ୟତା ହାସଲ କରିବାକୁ ପଡିବ ।

Comments are closed.