ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ କାଲି ଲଘୁଚାପରେ ପରିଣତ ହେବା ସମ୍ଭାବନା, ୨୪ ସୁଦ୍ଧା ବାତ୍ୟାର ରୂପ ନେବ | News Room Odisha

ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ କାଲି ଲଘୁଚାପରେ ପରିଣତ ହେବା ସମ୍ଭାବନା, ୨୪ ସୁଦ୍ଧା ବାତ୍ୟାର ରୂପ ନେବ

ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପରେ ପରିଣତ ହେବ । ୨୪ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏଥିସହିତ ୨୪ ତାରିଖ ସଂଧ୍ୟାରୁ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଘଂଟା ପ୍ରତି ୪୦ରୁ ୬୦ କିଲୋମିଟର ବେଦରେ ଝଡପବନ ବୋହିପାରେ । ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇ ୨୫ ତାରିଖ ସଂଧ୍ୟାବେଳକୁ ଘଂଟାପ୍ରତି ୭୦ କିଲୋମିଟର ଓ ୨୬ ତାରିଖ ଅପରାହ୍ନରେ ଏହା ଆହୁରି ଶକ୍ତିଶାଳୀ ହେବ ବୋଲି ଅନୁମାନ କରାଯାଉଛି ।

ମତ୍ସ୍ୟଜୀବୀମାନେ ୨୩ ତାରିଖ ସୁଦ୍ଧା ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲା –ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ପୁରୀ ସମେତ ୧୧ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Cyclone Yaas