କୋଭିଡ୍‌ରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ମୋଦି

ନୂଆଦିଲ୍ଲୀ: ଡାକ୍ତର ଓ ଫ୍ରଣ୍ଟଲାଇନ୍ କୋଭିଡ୍ ଯୋଦ୍ଧାଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌ରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି । କୋଭିଡ୍‌-୧୯ ଆମର ଅନେକ ପ୍ରିୟଜନଙ୍କ ଜୀବନ ନେଇଗଲା । କୋଭିଡ୍‌ରେ ପ୍ରାଣ ହରାଇଥିବା ଲୋକଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଯେଉଁ ପରିବାର ସେମାନଙ୍କ ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି ସେମାନଙ୍କୁ ମୋର ସମବେଦନା ବୋଲି ମୋଦି କହିଛନ୍ତି । ଏହା କହିବା ବେଳେ ମୋଦିଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା ।

ମୋଦି ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଏହି ସମୟରେ ସେ ଅନେକ ଥର ଭାବବିହ୍ୱଳ ହୋଇପଡିଥିଲେ । କୋଭିଡ୍‌ର ଦ୍ୱିତୀୟ ଲହରୀର ଦୃଢ଼ ମୁକାବିଲା ପାଇଁ ସେ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ପ୍ରଶଂସା କରିଥିଲେ । ମୋଦି ଏହି ଅବସରରେ ଏକ ନୂଆ ସ୍ଲୋଗାନ୍ ‘ ଯାହାଁ ବିମାର୍‌, ୱାହାଁ ଉପଚାର (ଯେଉଁଠି ରୋଗ, ସେଇଠି ଚିକିତ୍ସା)’ ଦେଇଥିଲେ ।

Comments are closed.