କରୋନା ସଙ୍କଟ: ୨୪ ଘଣ୍ଟାରେ ୨.୫୭ ଲକ୍ଷ ନୂଆ ମାମଲା, ପୁଣି ଚାରି ହଜାରରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଖସୁଥିଲେ ମଧ୍ୟ ବିପଦ ଟଳି ନାହିଁ । ଏବେ ବି ଦୈନିକ ମୃତ୍ୟୁସଂଖ୍ୟା ୪୦୦୦ରୁ ଊର୍ଦ୍ଧ୍ୱ ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୨,୫୭,୨୯୯ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରାଗରେ ଆଉ ୪୧୯୪ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରୁ ପୁଣି ୩,୫୭,୬୩୦ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ଗତକାଲି ଭାରତରେ ୨.୫୯ ଲକ୍ଷ ମାମଲା ଆସିଥିଲା ଏବଂ ୪୨୦୯ ଜଣ ଲୋକ ସଂକ୍ରମିତ ହୋଇଥିଲେ ।

ଭାରତରେ ଏବେ ମୋଟ କରୋନା ମାମଲା ୨ କୋଟି ୬୨ ଲକ୍ଷ ୮୯ ହଜାର ୨୯୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ ଲକ୍ଷ ୯୫ ହଜାର ୫୨୫ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ କରୋନାରୁ ଏଯାବତ୍ ୨ କୋଟି ୩୦ ଲକ୍ଷ ୭୦ ହଜାର ୩୬୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ସକ୍ରିୟ ମାମଲା କ୍ରମାଗତ ଭାବେ ଖସୁଛି । ଶୁକ୍ରବାର ସୁଦ୍ଧା ଦେଶରେ ୨୯ ଲକ୍ଷ ୨୩ ହଜାର ୪୦୦ ସକ୍ରିୟ ରୋଗୀ ଅଛନ୍ତି ।

ଭାରତରେ ଟିକାକରଣ ମଧ୍ୟ ଜାରି ରହିଛି । ମେ ୨୧ ସୁଦ୍ଧା ଦେଶରେ ୧୯ କୋଟି ୩୩ ଲକ୍ଷ ୭୨ ହଜାର ୮୧୯ ଡୋଜ୍ ଦିଆଯାଇ ସାରିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୪ ଲକ୍ଷ ୫୮ ହଜାର ୮୯୫ ଟିକା ଡୋଜ୍ ପ୍ରଦାନ କରାଯାଇଛି ।

Comments are closed.