ରାଜ୍ୟରେ ୧୧ ହଜାର ୧୦୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ, ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୧ ହଜାର ୧୦୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୨୧୯ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୪୫୧, କଟକରୁ ୯୪୪, ଅନୁଗୁଳରୁ ୮୬୪, ସୁନ୍ଦରଗଡରୁ ୭୦୮, ମୟୂରଭଞ୍ଜରୁ ୬୩୫, ବାଲେଶ୍ୱରରୁ ୫୦୯, ଭଦ୍ରକରୁ ୪୮୯, ପୁରୀରୁ ୪୭୩, ଯାଜପୁରରୁ ୩୯୬, ସମ୍ବଲପୁରରୁ ୩୮୪, ନବରଙ୍ଗପୁରରୁ ୩୫୭, ବରଗଡରୁ ୩୩୯, ନୟାଗଡରୁ ୩୩୨, ଜଗତସିଂହପୁରରୁ ୩୧୮, ବଲାଙ୍ଗୀରରୁ ୨୯୮, ବୌଦ୍ଧରୁ ୨୭୩, କୋରାପୁଟରୁ ୨୫୧, ଗଞ୍ଜାମରୁ ୨୧୪, ରାୟଗଡାରୁ ୨୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ସୋନପୁରରୁ ୧୮୦, କେନ୍ଦୁଝରରୁ ୧୬୯, ଗଜପତିରୁ ୧୫୭, କେନ୍ଦ୍ରାପଡାରୁ ୧୫୦, କନ୍ଧମାଳରୁ ୧୩୨, ଢେଙ୍କାନାଳରୁ ୧୩୧, ଦେବଗଡରୁ ୧୨୫, ନୂଆପଡାରୁ ୧୧୪, ଝାରସୁଗୁଡାରୁ ୧୧୩, ମାଲକାନଗିରିରୁ ୧୦୦, କଳାହାଣ୍ଡିରୁ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.