ଅପରିଚିତଙ୍କ ଶବଦାହ କରି ମଣିଷପଣିଆ ଦେଖାଇଲା ସମ୍ବଲପୁର ପୁଲିସ

ସମ୍ବଲପୁର: ସମ୍ବଲପୁର ପୁଲିସ କୋଭିଡ ମୁକାବିଲା ସାଂଗକୁ ତାର ସାମାଜିକ ଦାୟିତ୍ବ ନିର୍ବାହ କରି ଅନେକ ସମୟରେ ପ୍ରଶଂସା ପାଇଆସିଛି । ଏହି ପରିପ୍ରେଖୀରେ ଗତକାଲି ବୁର୍ଲା ଥାନା ମେଡିକାଲ ଫାଣ୍ଡି ହେପାଜତରେ ଥିବା ୨ଟି ଅପରିଚିତଙ୍କ ଶବଦାହ କରି ମଣିଷ ପଣିଆର ପରିଚୟ ଦେଇଛି ପୁଲିସ ।

ବୁର୍ଲା ମେଡିକାଲରେ ଭର୍ତି ଥିବା ୨ ଜଣ ଅପରିଚିତ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମ୍ରୁତ୍ୟୁ ହୋଇଥିଲା । ହେଲେ ସେମାନଙ୍କ ମ୍ରୁତଦେହ ନେବାକୁ କୌଣସି ପରିବାର ଲୋକ ଆସିନଥିଲେ । ଫଳରେ ନିୟମ ଅନୁଯାୟୀ ୨ଦିନ ଧରି ଉଭୟ ଶବକୁ ମର୍ଗ ହାଉସରେ ରଖାଯିବା ପରେ ଗତକାଲି ଶେଷକ୍ରୁତ୍ୟ ସଂପନ୍ନ କରାଯାଇଛି । ପରିବାର ଲୋକଙ୍କ ଅନୁପସ୍ଥିତିରେ ଏହି ଶେଷକ୍ରୁତ୍ୟର ଭାର ଉଠାଇଛି ସମ୍ବଲପୁର ପୁଲିସ । ସ୍ବେଚ୍ଛାସେବୀ ସଂଗଠନ ସମ୍ବଳର ସହାୟତାରେ ପୁଲିସ ଉଭୟ ଶବକୁ ଆଣି ପରମ୍ପରା ଅନୁଯାୟୀ ମଣାଣୀରେ ଶେଷକ୍ରୁତ୍ୟ ସଂପନ୍ନ କରିଛି ।

ମେଡିକାଲରେ ରୋଗୀ ଓ ସଂପର୍କୀୟ ସୁରଖ୍ୟା ଭାର ଉଠାଉଥିବା ପୁଲିସର ଏହି ମହତପଣକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଏସପି ବି. ଗଂଗାଧର ମଧ୍ୟ ଏହି କାମରେ ସଂପ୍ରୁକ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Comments are closed.