ଚାଲିଗଲେ ‘ମୈନେ ପ୍ୟାର କିୟା’ ଓ ‘ହମ୍ ଆପ୍‌କେ ହୈ କୌନ୍‌’ର ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣ

ମୁମ୍ବାଇ: ‘ମୈନେ ପ୍ୟାର୍ କିୟା’ ଓ ‘ହାମ୍ ଆପ୍‌କେ ହୈ କୌନ’ ଭଳି ସୁପରହିଟ୍ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣ ଫେମ୍‌ର ଲକ୍ଷ୍ମଣ ଆଉ ନାହାନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଲକ୍ଷ୍ମଣ ଓରଫ୍ ବିଜୟ ପାଟିଲ ନାଗପୁରରେ ତାଙ୍କ ପୁଅ ଅମର ପାଟିଲଙ୍କ ସହ ରହୁଥିଲେ ।
ତାଙ୍କ ପୁଅ କହିଛନ୍ତି ଯେ, ଲକ୍ଷ୍ମଣ କିଛିଦିନ ତଳେ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେଇଥିଲେ । ଏହାପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଗତାକାଲି ରାତି ପ୍ରାୟ ୨ଟାରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା ।

‘ମୈନେ ପ୍ୟାର୍ କିୟା, ହାମ୍ ଆପକେ ହୈ କୌନ, ହାମ୍ ସାଥ୍ ସାଥ୍ ହୈ, ୧୦୦ ଡେଜ୍ ଭଳି ସୁପରିହଟ୍ ଫିଲ୍ମରେ ଲକ୍ଷ୍ମଣ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଲକ୍ଷ୍ମଣଙ୍କ ପ୍ରକୃତ ନାମ ଥିଲା ବିଜୟ ପାଟିଲ । ୧୯୭୬ରେ ଫିଲ୍ମ ‘ଏଜେଣ୍ଟ ବିନୋଦ’ ସାଇନ୍ କରିବା ପରେ ତାଙ୍କ ସଂଗୀତ ପାର୍ଟନର ରାମ ଓରଫ୍ ସୁରେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ତଥାପି ଲକ୍ଷ୍ମଣ ତାଙ୍କ ସହ ତାଙ୍କର ଦିବଂଗତ ପାର୍ଟନରଙ୍କ ନାମ ଫିଲ୍ମରେ ବ୍ୟବହାର କରୁଥିଲେ । ଲକ୍ଷ୍ମଣଙ୍କ ବିୟୋଗରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

Comments are closed.