ସିବିଏସ୍‌ଇ ପରୀକ୍ଷା ଫି’ ଛାଡ଼ ନେଇ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି’ଛାଡ଼ କରାଯିବ ନାହିଁ । ଏନେଇ ଏକ ପିଟିସନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପରୀକ୍ଷା ଫି’ ଛାଡ଼ କରାଯିବାକୁ ସୁପ୍ରିମକୋର୍ଟରେ ଦାୟର ଏକ ପିଟିସନରେ ନିବେଦନ କରାଯାଇଥିଲା । ଏନେଇ ଦିଲ୍ଲୀ ସରକାର ଓ ସିବିଏସ୍‌ଇକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା । କରୋନା ଯୋଗୁଁ ଅଭିଭାବକମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାରୁ ପରୀକ୍ଷା ଫି’ ଛାଡ଼ କରାଯିବାକୁ ପିଟିସନରେ କୁହାଯାଇଥିଲା ।

Comments are closed.