ଏମପିଏଲ୍ ସ୍ପୋର୍ଟ୍ସ ହେଲା ଟିମ୍ ଇଣ୍ଡିଆର ନୂଆ କିଟ୍ ପ୍ରାୟୋଜକ

ନୂଆଦିଲ୍ଲୀ – ଏମପିଏଲ୍ ସ୍ପୋର୍ଟ୍ସ ଭାରତୀୟ କ୍ରିକେଟ୍ ଦଳର ନୂଆ କିଟ୍ ପ୍ରାୟୋଜକ ହୋଇଛି । ବିସିସିଆଇ ଏନେଇ ମଙ୍ଗଳବାର ଘୋଷଣା କରିଛି । ଏମପିଏଲ୍ ସ୍ପୋର୍ଟ୍ସ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ସମେତ ଅଣ୍ଡର-୧୯ ଦଳର ବି କିଟ୍ ପ୍ରାୟୋଜକ ରହିବ । ନାଇକ୍ ର ସ୍ଥାନ ନେଇଛି ଏମପିଏଲ୍ ସ୍ପୋର୍ଟ୍ସ ।

ଏମପିଏଲ୍ ସ୍ପୋର୍ଟ୍ସ ସହ ଚୁକ୍ତିକୁ ବିସିସିଆଇର ଏପେକ୍ସ କାଉନସିଲ ନଭେମ୍ବର ୨ରେ ଅନୁମୋଦନ କରିଥିଲା । ଏହାପୂର୍ବରୁ ନାଇକ୍ ଟିମ୍ ଇଣ୍ଡିଆର କିଟ୍ ପ୍ରାୟୋଜକ ଥିଲା । ଚାରିବର୍ଷ ପାଇଁ କିଟ୍ ପ୍ରାୟୋଜକ ଭାବେ ନାଇକ୍ ଭାରତୀୟ ବୋର୍ଡକୁ ୩୭୦ କୋଟି ଦେଇଥିଲା । ଏମପିଏଲ୍ (ମୋବାଇଲ୍ ପ୍ରିମିୟର ଲିଗ୍‌) ସ୍ପୋର୍ଟ୍ସ ହେଉଛି ଭାରତର ସବୁଠୁ ବଡ଼ ଇ-ସ୍ପୋର୍ଟ୍ସ ପ୍ଲାଟଫର୍ମ । ଏମପିଏଲ୍ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର କିଟ୍ ପ୍ରାୟୋଜକ ରହିବ ।

Comments are closed.