ଓଡିଶାରେ ହକିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଆନ୍ତର୍ଜାତିକ ହକି ମହାସଂଘର ସମ୍ମାନ

ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ୍ ଆନ୍ତର୍ଜାତିକ ହକି ମହାସଂଘ (ଏଫଆଇଏଚ)ର ସମ୍ମାନଜନକ ସଭାପତି ପୁରସ୍କାର ଦିଆଯାଇଛି । ଓଡିଶାରେ ହକିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏଫଆଇଏତର ୪୭ତମ ମହାଧିବେଶନରେ ପାଣ୍ଡିଆନଙ୍କୁ ଭର୍ଚୁଆଲ୍ କନଫରେନସ୍ ଜରିଆରେ ସମ୍ମାନିତ କରାଯାଇଛି । ଏଫଆଇଚ୍ ସମ୍ମାନ ପାଇଥିବାରୁ ହକି ଇଣ୍ଡିଆ ଭି.କେ ପାଣ୍ଡିଆନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ତାଙ୍କ ପ୍ରତି ଉଚିତ ସମ୍ମାନ ବୋଲି କହିଛି । ଓଡିଶାରେ ହକିର ପ୍ରସାର ପାଇଁ ପାଣ୍ଡିଆନଙ୍କ ଅବଦାନ ଉଲ୍ଲେଖନୀୟ । ଏଥିପାଇଁ ସେ ଏଫଏଚଆଇ ସମ୍ମାନର ଯୋଗ୍ୟ ବୋଲି ହକି ଇଣ୍ଡିଆ ଟ୍ୱିଟ୍ କରିଛି ।

Comments are closed.