ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିତି ସମାନ୍ତରାଳ : ସ୍ୱାସ୍ଥ୍ୟ ବିଭାଗ | News Room Odisha

ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିତି ସମାନ୍ତରାଳ : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଟେଷ୍ଟିଂ ବୃଦ୍ଧି ପାଉଥିବାରୁ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଗତ ୪ରୁ ୫ ଦିନ ହେବ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ପ୍ରବାସୀଙ୍କ ଫେରିବା ବନ୍ଦ ହୋଇ ନ ଥିବାରୁ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧିର ଆଉ ଏକ କାରଣ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଆଇସିୟୁରେ ଭର୍ତ୍ତି ହୋଇଥିବା କୋରୋନା ରୋଗୀଙ୍କ ସଂଖ୍ୟା ୮୦ରୁ ୭୯ ପ୍ରତିଶକୁ ହ୍ରାସ ପାଇଛି । ସେହିଭଳି ୫୦ ପ୍ରତିଶତ ଗୁରୁତର ରୋଗୀ ଭେଂଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି ।

ବାତ୍ୟା ବେଳେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସୁଥିବା ଲୋକଙ୍କ ରାପିଡ୍ ଆଂଟିଜେନ୍ ଟେଷ୍ଟ କରାଯିବ । ଏହା ଏକ ବଡ ଚ୍ୟାଲେଂଜ ଥିଲେ ମଧ୍ୟ ଜିଲ୍ଲାସ୍ତରୀ ଯୋଜନା ପ୍ରସ୍ତୁତ କରାଯାଉଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।