ବାତ୍ୟା ପାଇଁ ୧୦ଟି ଜିଲ୍ଲାରେ ଲକଡାଉନ କୋହଳ ସମୟ ଦୁଇ ଘଂଟା ବଢିଲା, ୭ଟାରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲା

ଭୁବନେଶ୍ୱର- ବାତ୍ୟା ପରିପ୍ରେକ୍ଷୀରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ,କେନ୍ଦୁଝର,ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକଡାଉନରେ ଅଧିକ ଦୁଇ ଘଂଟା ସମୟ ଦିଆଯିବ । ଆଜି ଓ ଆସନ୍ତାକାଲି ଏସବୁ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ଟାରୁ ୧ଟା ଯାଏଁ ଖୋଲା ରହିବ । ଏ ନେଇ ଏସଆରସିଙ୍କ ପକ୍ଷରୁ ବିବୃତି ଜାରି କରାଯାଇଛି ।

Comments are closed.