୧୧ ହଜାର ତଳକୁ ଖସୁନି ଦୈନିକ କୋରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୧ ହଜାର ୫୯ ନୂଆ ଆକ୍ରାନ୍ତ, ମୋଟ ପଜିଟିଭ ୭ ଲକ୍ଷ ପାର୍ | News Room Odisha

୧୧ ହଜାର ତଳକୁ ଖସୁନି ଦୈନିକ କୋରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୧ ହଜାର ୫୯ ନୂଆ ଆକ୍ରାନ୍ତ, ମୋଟ ପଜିଟିଭ ୭ ଲକ୍ଷ ପାର୍

ଭୁବନେଶ୍ୱର- ରାଜ୍ୟରେ ୧୧ ହଜାରରୁ ତଳକୁ ଖସୁନି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୫୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୧୯୩ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୮୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୩୩, ଖୋର୍ଦ୍ଧାରୁ ୧୦୧୦, ଅନୁଗୁଳରୁ ୮୫୯, ସୁନ୍ଦରଗଡରୁ ୭୨୯, ମୟୂରଭଞ୍ଜରୁ ୬୬୨, ଯାଜପୁରରୁ ୫୬୪, ପୁରୀରୁ ୪୩୦, କଳାହାଣ୍ଡିରୁ ୪୦୭ , ବାଲେଶ୍ୱରରୁ ୪୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁରରୁ ୩୭୯, ଭଦ୍ରକରୁ ୩୭୭, ବରଗଡରୁ ୩୬୭, ଢେଙ୍କାନାଳରୁ ୩୫୧, ଜଗତସିଂହପୁରରୁ ୩୩୦, ନବରଙ୍ଗପୁରରୁ ୩୨୨, କେନ୍ଦ୍ରାପଡାରୁ ୩୦୯, ବୌଦ୍ଧରୁ ୨୬୧, ନୟାଗଡରୁ ୨୪୬, ଝାରସୁଗୁଡାରୁ ୨୨୮, ସୋନପୁରରୁ ୨୦୪, କେନ୍ଦୁଝରରୁ ୨୦୦, ରାୟଗଡାରୁ ୧୭୭, କୋରାପୁଟରୁ ୧୭୫, ବଲାଙ୍ଗିରରୁ ୧୬୬, ଗଞ୍ଜାମରୁ ୧୫୫, ଦେବଗଡରୁ ୧୦୩, କନ୍ଧମାଳରୁ ୧୦୩, ମାଲକାନଗିରରୁ ୯୮, ଗଜପତିରୁ ୬୭ ଓ ନୂଆପଡାରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ କୋରୋନା ପଜିଟିଭଙ୍କ ମୋଟ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫ ଲକ୍ଷ ୮୯ ହଜାର ୬୧୦ ସୁସ୍ଥ ହୋଇସାରିଲେଣି । ୧ ଲକ୍ଷ ୧୧ ହଜାର ୨୬୨ ଜଣ ଚିକିତ୍ସାଧୀନ ଅଛନ୍ତି ।

COVID-19