ହାରିସବର୍ଗ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପେନସିଲଭାନିଆ ରାଜ୍ୟର ଫଳାଫଳ ଉପରେ ଚୂଡ଼ାନ୍ତ ମୋହର ଲଗାଇବା ପ୍ରକ୍ରିୟା ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଚାର ଦଳ ଦାୟର କରିଥିବା ମକଦ୍ଦମା ପ୍ରତ୍ୟାହାର କରି ନେଇଛନ୍ତି।
ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ ଏଠାରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ । ମଙ୍ଗଳବାର ଏହି ମାମଲାର ଶୁଣାଣି ହେବାର ଥିଲା, କିନ୍ତୁ ଟ୍ରମ୍ପଙ୍କ ପ୍ରଚାର ଦଳ ନିଜ ଅନୁରୋଧ ପ୍ରତ୍ୟାହାର କରିନେଇଛନ୍ତି। ଏହି ପ୍ରଚାର ଦଳ ରବିବାର ଫେଡେରାଲ କୋର୍ଟରେ ଏକ ସଂଶୋଧିତ ମକଦ୍ଦମା ଦାୟର କରିଥିଲେ । ଏଥିରେ ପେନସିଲଭାନିଆର ଫଳାଫଳ ଉପରେ ଚୂଡ଼ାନ୍ତ ଅନୁମୋଦନ ପ୍ରକ୍ରିୟା ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା।
ନଭେମ୍ବର ୩ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଆମେରିକାର ପ୍ରାୟ ସବୁ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ବିଡେନଙ୍କୁ ବିଜେତା ଘୋଷଣା କରିସାରିଛନ୍ତି , କିନ୍ତୁ ଟ୍ରମ୍ପ ଏପର୍ଯ୍ୟନ୍ତ ପରାଜୟ ସ୍ବୀକାର କରି ନାହାଁନ୍ତି।
ନିର୍ବାଚନରେ ଟ୍ରମ୍ପ ନିଜ ପରାଜୟ ସ୍ବୀକାର କରିବାକୁ ମନା କରିଛନ୍ତିି, ବରଂ ସେ ବିଜୟୀ ହୋଇଛନ୍ତି ବୋଲି କହିଛନ୍ତି । ଟ୍ରମ୍ପଙ୍କ ପାଖରେ ୨୩୨ ଇଲେକ୍ଟୋରାଲ୍ କଲେଜ ଭୋଟ୍ ରହିଛି । ସେ ପେନସିଲଭାନିଆ, ନେଭାଡା, ମିଚିଗାନ୍, ଜର୍ଜିଆ ଏବଂ ଆରିଜୋନା ସମେତ ଅନେକ ରାଜ୍ୟରେ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିଛନ୍ତି। ୱିସକନ୍ସିନରେ ପୁନଃ ଗଣନା ପାଇଁ ମଧ୍ୟ ଦାବି କରିଛନ୍ତି। ଏନେଇ ସେ ପ୍ରମୁଖ ରାଜ୍ୟ ଗୁଡ଼ିକରେ ମକଦ୍ଦମା ଦାୟର କରିଛନ୍ତି । ତେବେ ନିର୍ବାଚନରେ ରିଗିଂ ହୋଇଥିବା ଅଭିଯୋଗ ନେଇ ଟ୍ରମ୍ପ କୌଣସି ପ୍ରମାଣ ଦେଇପାରି ନାହାଁନ୍ତି।
Comments are closed.