ଆଉ ଏକ ବାତ୍ୟା ଓ ପୁଣି ଜିରୋ କାଜୁଆଲିଟିର ଲକ୍ଷ୍ୟ : ପ୍ରଭାବିତ ହେବାକୁ ଥିବା ଅଂଚଳରୁ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର – ମାଡିଆସୁଥିବା ବାତ୍ୟା ୟାଶ ଦୃଷ୍ଟିରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ । ଜିରୋ କାଜୁଆଲିଟି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ସେ ଅନୁସାରେ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ତଳିଆ ଅଂଚଳରେ ଲୋକଙ୍କୁ ଆସନ୍ତାକାଲି ( ୨୫ ତାରିଖ ) ଦିନ ୩ଟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନିୟମ ମାନିବା ସହ ସଂପୂର୍ଣ୍ଣ ବାତ୍ୟା ନ ସରିବା ଯାଏଁ ଘରୁ ନ ବାହାରିବାକୁ ଏସଆରସି କହିଛନ୍ତି ।

ସାଇକେଲ୍ ବା ବାଇକରେ ନ ବୁଲିବାକୁ ଓ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଷ୍ଟ୍ରିଟ୍ ଲାଇଡ୍ ଓ ବିଜ୍ଞାପନ ହୋର୍ଡିଂ ଖୋଲି ଦେବା ପାଇଁ କୁହାଯାଇଛି । ହାଇମାଷ୍ଟ ଲାଇଟକୁ ତଳୁଆ କରି ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

Comments are closed.