ସରକାର କୋଭିଡ ଓ ବାତ୍ୟା ଭଳି ବିପତ୍ତିର ମୁକାବିଲା ପାଇଁ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋଭିଡ ସମୟରେ ବାତ୍ୟାର ମୁକାବିଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ସରକାର ୨ଟିଯାକ ବିପତ୍ତିର ମୁକାବିଲା ପାଇଁ ପ୍ରସ୍ତୁତ । ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କାଘର ଭଳି ନିରାପଦ ସ୍ଥାନକୁ ଯିବା ପାଇଁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, କୋବିଡ ପାଇଁ ପ୍ରଶାସନ ୨ ମାସ ଧରି ଚାପରେ ରହିଛି । ପ୍ରଶାସନକୁ ଏହି ବିପତ୍ତି ସମୟରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । ଓଡିଶାର ସାଢେ ୪ କୋଟି ଲୋକ ତାଙ୍କ ପରିବାର ବୋଲି ନବୀନ କହିଛନ୍ତି । ବାତ୍ୟାରେ ଯେମିତି କାହାର ଜୀବନ ନ ଯିବ, ସେଥିପାଇଁ ରାଜ୍ୟ ସରକାର ତତ୍ପର ବୋଲି ନବୀନ କହିଛନ୍ତି । ଏହି ଦୁଇ ବିପଦ ବିରୋଧରେ ଏକାଠି ଲଢି ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.