ବାତ୍ୟା ୟାଶ୍ ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ସମୀକ୍ଷା ବୈଠକ

ପୁରୀ – ମାଡି ଆସୁଥିବା ବାତ୍ୟା ୟାଶ୍‌କୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକାଧିକ ନିଷ୍ପତ୍ତି ନିଆଯାଇଛି ।

ନୀଳାଦ୍ରି ଭକ୍ତ ନିବାସରେ ଚାଲିଥିବା କୋଭିଡ କେୟାର ସେଂଟରରେ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବ । କୋଭିଡ କେୟାର ସେଂଟର ପାଇଁ ଯଥେଷ୍ଟ ଇନ୍ଧନ ମହଜୁଦ ରଖାଯାଇ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରାଯିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଆସନ୍ତା ୩-୪ ଦିନ ପାଇଁ ମହଜୁଦ ରଖାଯିବ । ରୋଗୀଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡରର ଯଥେଷ୍ଟ ବ୍ୟାକ୍ ଅପ୍ ରଖାଯିବ ।

ଶ୍ରୀମନ୍ଦିର ପରିସର ଓ ଆଖପାଖରେ ବି ବାତ୍ୟାର ମୁକାବିଲା ପାଇଁ ଏକାଧିକ ନିଷ୍ପତ୍ତି ନିଆଯାଇଛି । ଗୁଜ ଅନୁକୂଳ ରୀତିନୀତି ସଂପନ୍ନ ହେଲା ପରେ ଆସନ୍ତାକାଲି ରଥକଳାରେ ରଥ ନିର୍ମାଣ କାମ ସ୍ଥଗିତ ରହିବ । ଶ୍ରୀମନ୍ଦିର ଚାରିପାଖ ଲୁହାଘେରା କମେଇବା ପାଇଁ ଏଏସଆଇକୁ ଅନୁରୋଧ କରାଯିବ, ଯାହା ଦ୍ୱାରା କି କ୍ଷୟକ୍ଷତି ରୋକାଯାଇପାରିବ । ଖୋଲା ଅଂଚଳରେ ଏଲଇଡି ସ୍କ୍ରିନ୍ ଓ ଫ୍ୟାନ୍ ହଟାଇ ଦିଆଯିବ । ହାଇମାଷ୍ଟ ଲାଇଟ୍ ତଳିଆ କରଦିଆଯିବ ।

ଆବଶ୍ୟକ ଅନୁସାରେ ବାତ୍ୟା ପରବର୍ତ୍ତୀ ମରାମତି କାମ ପାଇଁ ଏକ ଉତ୍ସର୍ଗୀକୃତ ଟିମ୍ ପ୍ରସ୍ତୁତ ରଖାଯିବ । ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ହେବ । ବାତ୍ୟା ସମୟରେ ମହାପ୍ରଭୁଙ୍କ ଚାପର ସୁରକ୍ଷା ନିଶ୍ଚିତ କରିବାକୁ ବ୍ୟବସ୍ଥା ହୋଇଛି । ଭର୍ଚୁଆଲ ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Comments are closed.