ହୀରାକୁଦ ବନ୍ୟାଜଳ ନିଷ୍କାସନ ନେଇ ଆଗୁଆ ସତର୍କ ସୂଚନା ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର : ପ୍ରତିବର୍ଷ ଭଳି ଆଗାମୀ ବର୍ଷା ଋତୁରେ ଯେ କୌଣସି ସମୟରେ ହୀରାକୁଦ ବନ୍ଧରୁ ବନ୍ୟାଜଳ ନିଷ୍କାସନ ହୋଇପାରେ । ଏଥିପାଇଁ ଆଜି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆଗୁଆ ସତର୍କ ସୂଚନା ଜାରି କରିଛନ୍ତି । ଏକ ବର୍ଷା ଦିନରେ ମହାନଦୀର ଶଯ୍ୟରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାର ଉପରେ ସତର୍କତା ଅବଲମ୍ବନ କରିବାକୁ ପ୍ରେସ୍ ବିବୃତି ମାଧ୍ୟମରେ କର୍ତ୍ତୃପକ୍ଷ ଜଣାଇଛନ୍ତି ।

ବନ୍ୟାଜଳ ନିଷ୍କାସନ ସମୟରେ ବନ୍ଧର ଉଭୟ ସ୍ପିଲୱେ ଠାରେ ସାଇରନ୍ ବାଜିବାର ବ୍ୟବସ୍ଥା କରାଯାଇଛି । ଏହି ସାଇରନ୍ ୨ ମିନିଟ୍ ଅବିଚ୍ଛିନ୍ନ ଭାବେ ବାଜି ୨ ଥର ୨୦ ସେକେଣ୍ଡ ଅନ୍ତରରେ ୩୦ ସେକେଣ୍ଡ ଧରି ବାଜିବ ଏବଂ ଏହାର ପୁନରାବୃଦ୍ଧି ହୋଇ ଅବିଚ୍ଛିନ୍ନ ଭାବରେ ବାଜି ଚାଲିବ । ଏହି ହିସାବରେ ପ୍ରକୃତ ଗେଟ୍ ଖୋଲିବାର ୨ ଘଣ୍ଟା ପୂର୍ବରୁ ସାଇରନ୍ ଅବିଚ୍ଛିନ୍ନ ଭାବେ ବାଜିବ । ଏହି ସାଇରନ୍ ଠାରୁ ଏହି ସାଇରନ୍ ବାଜିବା ଉପରୋକ୍ତ ମତେ ଅଲଗା ହେବ ବୋଲି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହୀରାକୁଦ ହେଡ ଓ୍ବାର୍କ୍ସ ଏବଂ ଅତିରିକ୍ତ ଜଳ ନିଷ୍କାସନ ମଣ୍ଡଳ ବୁର୍ଲା ନିରାକାର ବିଶି ସୂଚନା ଦେଇଛନ୍ତି ।

Comments are closed.