ଏପ୍ରିଲ ୧୪ ପରେ ଦୁଇ ଲକ୍ଷ ତଳକୁ ଖସିଲା ସଂକ୍ରମଣ, ଆଉ ୧.୯୬ ଲକ୍ଷ ନୂଆ ମାମଲା, ୩୫୧୧ ମୃତ

ନୂଆଦିଲ୍ଳୀ: ଭାରତରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୯୬,୪୨୭ ନୂଆ ମାମଲା ରେକର୍ଡ କରାଯାଇଛି । ଏପ୍ରିଲ ୧୪ ପରେ ପ୍ରଥମ ଥର ଦେଶରେ ଦୈନିକ ମାମଲା ଦୁଇ ଲକ୍ଷ ତଳକୁ ଖସିଛି । ଦିନକରେ ଏହି ରୋଗରେ ଆଉ ୩୫୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଲକ୍ଷ ୨୬ ହଜାର ୮୫୦ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦେଶରେ ଏବେ ମୋଟ କରୋନା ମାମଲା ୨ କୋଟି ୬୯ ଲକ୍ଷ ୪୮ ହଜାର ୮୭୪କୁ ବୃଦ୍ଧି ପାଇଛି । ଏଯାବତ୍ ଏହି ରୋଗରୁ ୨ କୋଟି ୪୦ ଲକ୍ଷ ୫୪ ହଜାର ୮୬୧ ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ଭାରତରେ ତିନି ଲକ୍ଷ ୭ ହଜାର ୨୩୧ ଜଣଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ମାମଲା ଖସିବାରେ ଲାଗିଛି । ଏବେ ଦେଶରେ ୨୫ ଲକ୍ଷ ୮୬ ହଜାର ୭୮୨ ସକ୍ରିୟ ରୋଗୀ ଅଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ ୧୮ ଦିନ ଧରି ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହି ୧୮ ଦିନରେ ଦେଶରେ ଦୈନିକ ମାମଲା ୩ ଲକ୍ଷରୁ କମ୍ ରେକର୍ଡ କରାଯାଇଥିଲା ।

Comments are closed.