ଦିଲ୍ଲୀ ବାୟୁମଣ୍ଡଳ ସ୍ତର ‘ଅତ୍ୟନ୍ତ ଖରାପ’, ଆଗକୁ ସ୍ଥିତି ଆହୁରି ବିଗିଡିବ

ନୂଆଦିଲ୍ଲୀ –ରାଜଧାନୀ ନଗରୀ ଦିଲ୍ଲୀର ବାୟୁମଣ୍ଡଳ ଉଦବେଗ ଜନକ ଭାବେ ପ୍ରଦୂଷିତ ହେବାରେ ଲାଗିଛି । ବାୟୁମଣ୍ଡଳ ମାନ ପରୀକ୍ଷା (ଏୟାର କ୍ୱାଲିଟି ଇଣ୍ଡେକ୍ସ) ଅନୁସାରେ ଶନିବାର ସୁଦ୍ଧା ଦିଲ୍ଲୀର ବାୟୁ ସ୍ତର ‘ଅତ୍ୟନ୍ତ ଖରାପ’ ବୋଲି କୁହାଯାଇଛି । ଆଗକୁ ସ୍ଥିତି ଆହୁରି ବିଗିଡିବା ସମ୍ଭାବନା ରହିିଛି ।

ଦୀପାବଳି ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହୋଇଥାଏ । ଏହିବର୍ଷ ମଧ୍ୟ ସମାନ ସ୍ଥିତି ହେବ । ଦୀପାବଳି ପରେ ରାଜଧାନୀର ବାୟୁ ‘ଗମ୍ଭୀର’ ସ୍ତରକୁ ଖସିପାରେ ବୋଲି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ବାୟୁ ଗୁଣବତ୍ତା ମନିଟିରିଂ ପ୍ରଣାଳୀ ‘ଟ୍ରାଭେଲ’ ଅନୁସାରେ, ଦୀପାବଳିରେ ବାଣ ଫୁଟାଇବା ଓ ପବନର ବେଗ ମନ୍ଥର ହେବା ଦ୍ୱାରା ଦିଲ୍ଲୀରେ ବାୟୁ ସ୍ତର ‘ଅତ୍ୟନ୍ତ ଖରାପ’ରୁ ‘ଗମ୍ଭୀର’ ମଧ୍ୟରେ ରହିଥାଏ ।

ବାଣଫୁଟା ବନ୍ଦ ହୋଇଥିଲେ, ଦିଲ୍ଲୀର ବାୟୁମଣ୍ଡଳରେ ପ୍ରଦୂଷଣ କଣିକା ‘ପିଏମ୍୨.୫’ ରହିଥାନ୍ତା, ଯାହା ଗତ ଚାରିବର୍ଷରେ ସର୍ବନିମ୍ନ ହୋଇଥାନ୍ତା । ତେବେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ପବନର ବେଗ ବୃଦ୍ଧି ପାଇଥିବାରୁ ଏଥର ଦୀପାବଳି ପରେ ବି ଦିଲ୍ଲୀ ବାୟୁମଣ୍ଡଳ ସ୍ତର ସ୍ୱାଭାବିକ ରହିବ । ରବିବାର ଦିଲ୍ଲୀରେ ପବନ ବେଗ ଘଣ୍ଟାପ୍ରତି ୧୨ରୁ ୧୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ କହିଛି ।

Comments are closed.