କୋଭିଡ୍ ଲାଗି ପଛିମ୍ ଉଡ଼ିଶାର୍ ୧୧ ଜିଲାକେ ଖାସ୍ ସାହାଯ୍

ସମ୍ବଲପୁର : ପଛିମ୍ ଉଡିଶାର୍ ୧୧ ଜିଲ୍ଲାର କୋଭିଡ୍ ଲଢେଇ ଲାଗି ପଶ୍ଚିମ ଓଡିଶା ବିକାଶ ପରିଷଦ୍ ପାଣ୍ଠି ନୁ ଅଲଗ୍ କରି ଅନୁଦାନ୍ ର ବ୍ୟବସ୍ଥା ହେଇଛେ । ଦିନାଦେ ଆଘୋନୁ ଇତାର୍ ଘୋଷନା ହେଇଥିଲା । ଇହାଦେ ଇ ସବୁ ଜିଲା କେ କୋଭିଡର ବରକସ୍ ଚିକିତ୍ସା ଲାଗିଁ ରାଏଜ୍ ସରକାରର୍ ଔଷଧ ନିଗମ୍ ସବୁ ଉଷୋକଷା ସାଂଗେ ଡାକ୍ତରୀ ମେସିନ୍ ସରଞ୍ଜାମ୍ ଭିଲ୍ ଦେବା ବଲିଁ ସରକାରୀ ହିସାବେ ଘୋଷନା ହେଇଛେ ।

ଯେହେତୁ ଦେଶ୍ ଆର୍ ବିଦେଶେଁ ଔଷଧ ନିଗମର ଡାକ୍ତରୀ ସରଞ୍ଜାମ୍ ଘିନବାର୍ ଅଭିଜ୍ଞତା ଅଛେ , ସେଥିର୍ ଲାଗି ନିଗମ୍ ତରଫନୁ ଜିଲ୍ଲାପାଲ ମାନଙ୍କୁ ସପ୍ଲାଇ କରବାର୍ କେ ନିର୍ଦ୍ଦେଶ ଦିଆଯାଇଛେ । ସେନତା ଡାକ୍ତରଖାନା ମାନକେଁ ସିଭିଲ୍ ଆର୍ ବିଦ୍ୟୁତ୍‌କରଣ କାମ୍ , ଆଇସିୟୁ , ଅମ୍ଳଜାନ୍ ପାଇପ ଲାଇନ୍ , ଡିଜି ସେଟ୍ ବାଗିର୍ ଡାକ୍ତରୀ ଆର୍ ଅଣ ଡାକ୍ତରୀ ଜିନିଷ୍ ପତର୍ ସିଧା ମାର୍କେଟ୍ ନୁ ଘିନବାର୍ କେ ଜିଲ୍ଲାପାଲ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛେ । ଦିନାଦେ ଆଘୋନୁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିନୁ ପଛିମ୍ ଉଡିଶାର୍ ୧୧ଟା ଜିଲାକେ କୋଭିଡ୍ ଲଢେଇ ଲାଗି ଦରକାରୀ ଜିନିସ୍ ପତର୍ ଘିନବାର୍ କେ ୨୫ କୋଟି ଟଁକାର ଅନୁଦାନ ଘୋଷନା ହେଇଥିଲା । ଇତାର୍ ଲାଗିଁ ଜିଲାପାଳମାନକୁଁ ନିଜର୍ ନିଜର୍ ଦରକାର୍ କେ ଦେଖିକରି ପ୍ରସ୍ତାବ୍ ଦେବାର୍ କେ କୁହାଯାଇଥିଲା । ଆର୍ ଇ ପ୍ରସ୍ତାବ୍ ମିଲବାର୍ ଉତାରୁଁ ସେ ଜିନିସ୍ ପତର୍ ଘିନବାର୍ କେ ସ୍ବାସ୍ୟ ଆର୍ ପରିବାର୍ କଲ୍ୟାଣ ବିଭାଗ୍ ସାଂଗେ କଥା ହେଇକରି ଅନୁମତି ଦିଆ ହେଲାନ ।

Comments are closed.