ୟାଶ୍ ବେଳେ ଜୀବନକୁ ବାଜି ଲଗାଇ ଲୋକଙ୍କ ସହାୟତା କରିଥିବାରୁ ଓଡ୍ରାଫ, ଏନଡିଆରଏଫ୍‌କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ସଫଳ ମୁକାବିଲା ପାଇଁ ଓଡ୍ରାଫ୍ ଓ ଏନଡିଆରଏଫକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାହସିକତାର ସହ ହୋଇ ଅବିରତ ଭାବେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା, ପଡିଯାଇଥିବା ଗଛକୁ କାଟି ଶୀଘ୍ର ରାସ୍ତା ସଫା କରିବା ଭଳି କାମ ଅତି ନିଷ୍ଠାର ସହ ସଂପାଦନ କରିଛନ୍ତିି ଓଡ୍ରାଫ୍ ଓ ଏନଡିଆରଏଫ୍ । ସଂକଟ ସମୟରେ ଏଭଳି ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ବେଶ୍ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.