ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ: ଟାଇ କିମ୍ବା ଡ୍ର ହେଲେ ଭାରତ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ବିଜେତା ଘୋଷିତ ହେବେ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ୍ ୧୮ରୁ ଆରମ୍ଭ ହେଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଆଇସିସି ନିୟମାବଳୀ ଜାରି କରିଛି । ନିୟମାବଳୀ ଅନୁସାରେ ଯଦି ଫାଇନାଲ ଡ୍ର କିମ୍ବା ଟାଇ ହୁଏ, ତେବେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷିତ କରାଯିବ । ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଗୋଟିଏ ରିଜର୍ଭ ଦିବସ ରଖାଯାଇଛି ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଜୁନ୍ ୧୮ରୁ ୨୨ ଯାଏଁ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ । ଏଥିପାଇଁ ଭାରତୀୟ ଦଳ ଜୁନ୍ ୨ରୁ ଇଂଲଣ୍ଡ ଯାତ୍ରା କରିବ । ତା’ପୂର୍ବରୁ ବିରାଟ କୋହଲି ଏବଂ ସାଥୀ ମେ ୧୯ରୁ ମୁମ୍ବାଇର ଏକ ହୋଟେଲରେ କ୍ୱାରେଣ୍ଟାଇନରେ ଅଛନ୍ତି । ଭାରତୀୟ ପୁରୁଷ ଦଳ ସହ ମହିଳା ଦଳ ମଧ୍ୟ ଇଂଲଣ୍ଡ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

Comments are closed.