ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ, ସମୀକ୍ଷା ବୈଠକ ପରେ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ

ଭୁବନେଶ୍ୱର- ବାତ୍ୟା ୟାଶ୍ ପ୍ରଭାବିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଂଚିଛନ୍ତି । ଏକ ସ୍ୱତନ୍ତ୍ର ବିମାନରେ ମୋଦି ଭୁବନେଶ୍ୱରରେ ପହଂଚିଛନ୍ତି ।

ପ୍ରଥମେ ସେ ଏକ ବାତ୍ୟା ସମୀକ୍ଷା ବୈଠକରେ ଯୋଗଦେବେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ ପାଣ୍ଡିଆନ୍‌, ମୁଖ୍ୟ ଶାସନ ସଚିବ, ଏସଆରସି ପ୍ରଦୀପ ଜେନା, ଡିଜିପି ଅଭୟ ପ୍ରମୁଖ ସମୀକ୍ଷା ବୈଠକରେ ଯୋଗ ଦେବେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ନୀରିକ୍ଷଣ କରିବେ ।

Comments are closed.