ଆଣ୍ଟିବଡ଼ି କକ୍‌ଟେଲ୍ ଦ୍ୱାରା ଭାରତରେ ଆରମ୍ଭ ହେଲା କୋଭିଡ୍ ଚିକିତ୍ସା, ଗୋଟିଏ ଡୋଜ୍‌ର ଦାମ ୫୯,୭୫୦ ଟଙ୍କା

ନୂଆଦିଲ୍ଲୀ: ଭାରତରେ ଗମ୍ଭୀର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ କକ୍‌ଟେଲ୍ ଔଷଧର ବ୍ୟବହାର ଆରମ୍ଭ ହୋଇଛି । ଏହି କକ୍‌ଟେଲ୍‌କୁ ସୋମବାର ଲଞ୍ଚ୍ କରାଯାଇଥିଲା । ରୋଚ୍ ଇଣ୍ଡିଆ ଓ ସିପ୍‌ଲା ଦ୍ୱାରା ଏହି ଔଷଧ ବିକଶିତ ହୋଇଛି । ଏହାର ଗୋଟିଏ ଡୋଜ୍‌ର ଦାମ ହେଉଛି ୫୯,୭୫୦ ଟଙ୍କା । ଏହି କକ୍‌ଟେଲ୍ ଔଷଧ ପ୍ୟାକେଟ୍ ଆକାରରେ ଉପଲବ୍ଧ ଏବଂ ପ୍ରତି ପ୍ୟାକେଟ୍‌ରେ ଏହି ଔଷଧର ଦୁଇଟି ଡୋଜ୍ ଥାଏ । ଗୋଟିଏ ପ୍ୟାକେଟ୍‌ର ମୂଲ୍ୟ ୧ ଲକ୍ଷ ୧୯ ହଜାର ୫୦୦ ଟଙ୍କା ।

କାସିରିଭିମ୍ୟାବ୍ ଓ ଇମ୍‌ଡେଭିମ୍ୟାବ୍ ନାମକ ଉପାଦାନ ମିଶ୍ରଣରେ ଏହି ଆଣ୍ଟିବଡି କକ୍‌ଟେଲ୍ ପ୍ରସ୍ତୁତ ହୋଇଛି । ପ୍ରତ୍ୟକ ଆଣ୍ଟିବଡି କକ୍‌ଟେଲ ୨୪୦୦ ମିଲିଗ୍ରାମର ହୋଇଥାଏ ।

ହାଇରିସ୍କ କୋଭିଡ୍ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହି କକ୍‌ଟେଲ୍ ଔଷଧ ବେଶ୍ ପ୍ରଭାବୀ ସାବ୍ୟସ୍ତ ହୋଇଛି ବୋଲି ଦାବି କରାଯାଇଛି । ହାଇରିସ୍କ ରୋଗୀଙ୍କ ଅବସ୍ଥା ଗମ୍ଭୀର ହେବା ପୂର୍ବରୁ ଏହି ଔଷଧ ଦିଆଗଲେ ସେମାନଙ୍କ ରିସ୍କ କମ୍ ହୋଇଥାଏ । ଏପରିକି ମୃତ୍ୟୁଦର ମଧ୍ୟ ୭୦% ହ୍ରାସ କରିବାରେ ଏହି କକ୍‌ଟେଲ୍ ସହାୟକ ହୋଇଥାଏ ।

Comments are closed.