କୋରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଜୁନ୍ ୪କୁ ଘୁଂଚିଲା

ଭୁବନେଶ୍ୱର- କୋରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ୭ ଦିନ ଘୁଂଚିଛି । ଆଜି ସରିବାକୁ ଥିବା ଏହି ପ୍ରକ୍ରିୟା ଜୁନ୍ ୪ ତାରିଖକୁ ଘୁଂଚାଇ ଦିଆଯାଇଛି ।

ବଜାରରୁ ଟିକା କିଣିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲେ । ଆଜି ଦିନ ୧୧ଟାରେ ଟେକନିକାଲ୍ ବିଡ୍ ଖୋଲାଯିବାର ଥିଲା । ଏହାପରେ ଫାଇନାନସିଆଲ୍ ବିଡ୍ ଖୋଲାଯାଇଥାଆନ୍ତା ।

କିନ୍ତୁ ରାଜ୍ୟ ସରକାର ଏହାକୁ ଆଉ ୭ ଦିନ ଘୁଂଚାଇ ଦେଇଛନ୍ତି । ଅଧିକ କଂପାନିକୁ ଆକୃଷ୍ଟ କରିବାକୁ ନିକଟରେ ସରକାର ଟେଣ୍ଡର ସର୍ତ୍ତକୋହଳ କରିଥିଲେ । ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବେ ବୋଲି ରାଜ ସରକାର ଘୋଷଣା କରିଛନ୍ତି ।

Comments are closed.